ଶ୍ରୀରାମ ସେନା ମୁଖ୍ୟଙ୍କ ମୁଣ୍ଡକାଟ କର

କର୍ଣ୍ଣାଟକରେ ହିଜାବକୁ ନେଇ ବିରୋଧ ବଢୁଥିବା ବେଳେ ଇନଷ୍ଟାଗ୍ରାମରେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଓ କର୍ଣ୍ଣାଟକ ବିଜେପି ନେତା ଯଶପାଲ ସୁବର୍ଣ୍ଣଙ୍କ ମୁଣ୍ଡକାଟ କରିବା ପାଇଁ ଧମକ ଦିଆଯାଇଛି, ଏହି କାର୍ଯ୍ୟ କରିବା ବଦଳରେ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ସୁବର୍ଣ୍ଣ କହିଛନ୍ତି ଯେ ସେ ଏପରି ଧମକକୁ ଖାତିର କରନ୍ତି ନାହିଁ, ସମାଜସେବା ଓ ରାଷ୍ଟ୍ରର ହିତ ପାଇଁ କାର୍ଯ୍ୟ କରୁଥିବା ରାଜନେତାମାନଙ୍କୁ ଅସାମାଜିକ ରାଷ୍ଟ୍ରଦ୍ରୋହୀ ସଂଗଠନ ଗୁଡିକ ଏଭଳି ଧମକ ଚମକ ଦେବା ଏକ ସାଧାରଣ କଥା ହୋଇଯାଇଛି । ଏପରି କୌଣସି ଧମକ ତାଙ୍କୁ ଭୟବିତ୍ତ କରାଇ ପାରିବନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.