ଜାତୀୟ ରାଜପଥରେ ଥିବା ଟୋଲଗେଟ ଗୁଡ଼ିକୁ ଖୁବ୍ ଶୀଘ୍ର ଉଠାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି, ଏହାଫଳରେ ଗାଡ଼ି ଗୁଡ଼ିକୁ ଆଉ ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଲୋକଙ୍କ ସମୟ ବରବାଦ ହେବନାହିଁ ବୋଲି କୁହାଯାଇଛି।
ଏକ ନୂତନ ପ୍ରକାରର ନମ୍ବର ପ୍ଲେଟ୍ ତିଆରି କରିବାର ପ୍ରଯୁକ୍ତିବିଦ୍ୟା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।
ନୂତନ ଗାଡ଼ି ନିର୍ମାତାଙ୍କ ପାଇଁ ଏହି ନମ୍ବର ପ୍ଲେଟ୍ ରଖିବା ବାଧ୍ୟତାମୂଳକ ହେବ ଓ ସମସ୍ତ ପୁରୁଣା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟକୁ ଏହି ନୂତନ ନମ୍ବର ପ୍ଲେଟ୍ ଦ୍ୱାରା ବଦଳାଯିବ, ଏହି ନମ୍ବର ପ୍ଲେଟରେ ଏକ ଅଟୋ ଫିଟ୍ ଜିପିଏସ୍ ସିଷ୍ଟମ୍ ରହିବ ଓ ଏଥିରେ ଏକ ସଫ୍ଟୱେର୍ ଲିଙ୍କ ରହିବ ଯାହାଫଳରେ ଟୋଲ୍ ଦେୟ ସ୍ୱୟଂଚାଳିତ ଭାବରେ କଟିଯିବ ।