କର୍ଣାଟକରେ କଂଗ୍ରେସ ଜିତିଲେ, ରାଜ୍ୟରେ ଦଙ୍ଗା ହେବ, ରାଜନୀତିରେ ବଂଶବାଦ ବଢିବ ଓ ବିକାଶ ଠପ୍ ହୋଇଯିବ ବୋଲି ଦୁଇଦିନ ତଳେ ଏକ ନିର୍ବାଚନ ରାଲିରେ ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ଭାଷଣ ବିରୋଧରେ ବେଙ୍ଗାଳୁରୁର ହାଇଗ୍ରାଉଣ୍ଡ ଥାନାରେ ଏତଲା ଦାୟର କରିଛି କଂଗ୍ରେସ ଦଳ, ଏହାକୁ ନେଇ ନିର୍ବାଚନ କମିଶନରଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛି ଦଳ।
ରାଜ୍ୟ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶାହାଙ୍କ ଏପରି ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ତୀବ୍ର ସମାଲୋଚନା କରିଛନ୍ତି, ସେ କହିଛନ୍ତି ଯେ ନିଜକୁ ନିର୍ବାଚନର କେବଳ ମାତ୍ର ଜଣେ ଷ୍ଟାର ପ୍ରଚାରକ ମନେକରି ଗୃହମନ୍ତ୍ରୀ ନିଜ ସାମ୍ବିଧାନିକ ପଦମର୍ଯ୍ଯାଦର ସୀମା ଭୁଲି ଯାଉଛନ୍ତି !
Next Post