ପ୍ରେମ ପାଇଁ ବାଂଲାଦେଶରୁ ନଦୀରେ ପହଁରି ଭାରତ ପହଁଚିଲେ ମହିଳା

ନିଜ ପ୍ରେମକୁ ପାଇବା ପାଇଁ ଜଣେ 22 ବର୍ଷୀୟ ମହିଳା ଯାହା କରିଛନ୍ତି ତାହାକୁ ଶୁଣିଲେ ଆପଣ କହିବେ “ୟାକୁ ହିଁ କହନ୍ତି ପ୍ରକୃତ ପ୍ରେମ”। ତେବେ ଘଟଣାଟି ହେଉଛି ଜଣେ 22 ବର୍ଷୀୟ ବାଂଲାଦେଶୀ ମହିଳା କ୍ରିଷ୍ଣା ମଣ୍ଡଳ, ଅଭିଶେଖ ମଣ୍ଡଳ ନାମକ ଜଣେ ଭାରତୀୟଙ୍କୁ ଫେସବୁକ ମାଧ୍ୟମରେ ଭଲ ପାଇ ବସିଥିଲେ । ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ତେବେ ବାଂଲାଦେଶୀ ମହିଳା କ୍ରିଷ୍ଣାଙ୍କ ପାସପୋର୍ଟ ନଥିଲା, ସେଥିପାଇଁ ବର୍ଡ଼ର ପାର କରି ନିଜ ପ୍ରେମିକ ପାଖକୁ ଆସିବା ପାଇଁ ଯୋଜନା କଲେ । ପ୍ରେମିକା ଜଣକ ପ୍ରଥମେ ସୁନ୍ଦରବନ ଜଙ୍ଗଲରେ ପ୍ରବେଶ କରିଥିଲେ, ଯାହା ରୋୟାଲ ବେଙ୍ଗଲ ଟାଇଗରଙ୍କ ପାଇଁ ପ୍ରସିଦ୍ଧ । ସେହିଠାରୁ ପ୍ରେମିକା ଜଣକ ଜଙ୍ଗଲ ନଦୀ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ପହଁରି ନିଜ ପ୍ରେମିକ ପାଖକୁ ପହଂଚିଥିଲେ । ପରେ ମେ 29 ରେ ଉଭୟ ଦମ୍ପତି କୋଲକାତାର କାଲିଘାଟ ମନ୍ଦିରରେ ବିବାହ କରିଥିଲେ । ଏନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ବେଆଇନ ଭାବେ ଦେଶ ଭିତରକୁ ପ୍ରବେଶ କରିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.