ଗତକାଲି ଲଣ୍ଡନରେ ବସବାସ କରୁଥିବା ଭାରତୀୟମାନଙ୍କୁ ଉଦବୋଧନ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ବିଦେଶରେ ରହୁଥିବା ସବୁ ମୂଳ-ଭାରତୀୟମାନେ ଭାରତ ବିରୋଧରେ ହେଉଥିବା ଅପପ୍ରଚାରକୁ ଦୃଢ଼ ସ୍ଵରରେ ଖଣ୍ଡନ କରିବା ଦରକାର ! ସେମାନଙ୍କୁ ବିଦେଶରେ ଭାରତର ରାଷ୍ଟ୍ରଦୂତ ଭାବେ ଅଭିହିତ କରି ସେ କହିଛନ୍ତି ଯେ ଏବେ ଭାରତରେ ଗୌରବମୟ ସ୍ଥିତାବସ୍ଥା ରହିଥିବା ବେଳେ, ସାରା ବିଶ୍ଵ ଆମଦେଶର ଅତୁଳନୀୟ ଗଣତାନ୍ତ୍ରିକ ବ୍ଯବସ୍ଥା ଓ ଜାରି ରହିଥିବା ବିକାଶର ଧାରାକୁ ପ୍ରଶଂସା କରୁଥିବା ବେଳେ, କିଛି ନ୍ଯସ୍ତସ୍ଵାର୍ଥ ଗୋଷ୍ଠୀ ଭାରତ ବିରୋଧରେ ଅଭିସନ୍ଧିମୂଳକ ଅସତ୍ୟ ଅପପ୍ରଚାର କରୁଛନ୍ତି, ଏହାକୁ ଦୃଢ଼ଭାବେ ପ୍ରତିହତ କରିବାକୁ ପ୍ରତ୍ୟେକ ଭାରତୀୟ ୨୪ ଘଣ୍ଟା ସଜାଗ ରହିବା ଆବଶ୍ୟକ।
ରାଜା ତୂତୀୟ ଚାର୍ଲସଙ୍କ ଅଭିଷେକ ଉତ୍ସବରେ ଯୋଗଦେବା ପାଇଁ ୨ ଦିନିଆ ଇଂଲଣ୍ଡ ଗସ୍ତରେ ଆସିଥିବା ଅବସରରେ ଗତକାଲି ଲଣ୍ଡନରେ ରହୁଥିବା ଭାରତୀୟମାନଙ୍କ ଦ୍ଵାରା ଆୟୋଜିତ ସାଧାରଣ ସମ୍ବର୍ଦ୍ଧନା ସଭାରେ ଏପରି କହିଛନ୍ତି ଉପରାଷ୍ଟ୍ରପତି ଧନଖଡ଼।

Prev Post
Next Post