ଆମ ଆଦମୀ ପାର୍ଟି ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଲଗାଇ ଥିବା କେନ୍ଦ୍ରର ଭାଜପା ସରକାର ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୀକାର କରିଛି । ୨୦୧୫-୧୬ ମସିହାର ଏକ ଆୟ ବହିର୍ଭୁତ ମାମଲାକୁ ଆଳ କରି ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ ଗତକାଲି ତାଙ୍କୁ ଗିରଫ କରିଥିଲା । ୨୦୧୫-୧୬ରେ ସରକାରୀ କର୍ମଚାରୀ ଥିବାବେଳେ ଶ୍ରୀ ଜୈନ ଅର୍ଥ ହେଳଫେର ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ ଓ ୨୦୧୭ରେ ହାଓ୍ଵାଲା ମାଧ୍ୟମରେ ୪.୮୧ କୋଟି ଟଙ୍କା ହେରଫେର କରିଥିଲେ ବୋଲି ଇଡି ପକ୍ଷରୁ କୁହାଯାଇଛି। ଜେରା କରିବା ପାଇଁ ଶ୍ରୀ ଜୈନଙ୍କୁ ଜୁନ ୯ ପର୍ଯ୍ୟନ୍ତ ନିଜ ହେପାଜତରେ ରଖିବ ଇଡି । ଅଭିଯୋଗରେ କୌଣସି ସତ୍ଯତା ନାହିଁ ଓ କେବଳ ରାଜନୈତିକ ଅଭିସନ୍ଧି ରଖି ଆପ୍ ନେତାଙ୍କୁ ମିଛ ମାମଲାରେ ଛନ୍ଦି ଦିଆଯାଉଛି ବୋଲି କହିଛନ୍ତି ଦଳର ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ।