ବାପା ମା’ଙ୍କ ଗଳାକାଟି ହତ୍ୟାକଲା ଝିଅ

କାନପୁରରେ ଘଟି ଯାଇଛି ଏକ ଅଭାବିତ ବିଭତ୍ସ ହତ୍ୟାକାଣ୍ଡ, ନିଜ ବାପା ଓ ମାଙ୍କୁ ନିଶାଦିଆ ସରବତ ପିଆଇ ନୃଶଂସ ଭାବେ ସେମାନଙ୍କ ଗଳାକାଟି ହତ୍ୟା କରିଛି ଝିଅ, ଏହି କାର୍ଯରେ ତାକୁ ସହଯୋଗ କରିଛନ୍ତି ତାର ପ୍ରେମିକ ଓ ପ୍ରେମିକର ଭାଇ। ନିଜ ସାନଭାଇକୁ ମଧ୍ୟ ଭଉଣୀ ସରବତରେ ନିଶା ମିଶାଇ ପିଇବାକୁ ଦେଇଥିଲା ଓ ତାକୁ ମଧ୍ୟ ହତ୍ୟା କରିବାକୁ ଯୋଜନା କରିଥିଲା, ମାତ୍ର ଦୈବଯୋଗରୁ ସେ ରକ୍ଷା ପାଇ ଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାନପୁର ନିବାସୀ ୬୧ ବର୍ଷ ବୟସ୍କ ମୁନ୍ନାଲାଲ ଉତ୍ତମ ଓ ୫୫ ବର୍ଷ ବୟସ୍କା ରାଜ ଦେବୀଙ୍କ ଝିଅ କୋମଲ ରାହୁଲ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲା।

କୋମଲ ଓ ରାହୁଲ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ, ମାତ୍ର ଏଥିରେ ବାଧା ଦେଉଥିଲେ କୋମଲର ବାପା ମା’। ପ୍ରେମିକ ପ୍ରେମିକା ନିଜ ରାସ୍ତାରୁ କଣ୍ଟା ବାହାର କରିବା ପାଇଁ ଯୋଜନା କଲେ, ବାପା ମାଙ୍କୁ ମାରି ସେମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ହାତକୁ ଚାଲି ଆସିବ ବୋଲି ଭାବି ଏପରି ଏକ ବିଭତ୍ସ କାଣ୍ଡ ଘଟାଇଥିଲେ।
ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.