ଶିବସେନା ନାମ ଓ ଚିହ୍ନ କାହାକୁ ଦେଲେନାହିଁ କମିଶନ

ନିଜକୁ ଅସଲି ଶିବସେନା ଵୋଲି ଉଭୟ ଉଦ୍ଧବ ଥାକରେ ଓ ସିନ୍ଦେ ଗୋଷ୍ଠୀ ଦାବି କରୁଥିବା ବେଳେ ଗତକାଲି ନିର୍ବାଚନ କମିଶନ ଏହା ଉପରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – କୌଣସି ଗୋଷ୍ଠୀକୁ ଶିବସେନା ନାମ ଓ ଏହାର ଦଳୀୟ ସଂକେତ ‘ଧନୁ ତୀର’ ଦେବାପାଇଁ ନାସ୍ତି କରିଦେଇଛନ୍ତି।

ଉଦ୍ଧବ ଥାକରେ ଗୋଷ୍ଠୀକୁ ‘ଉଦ୍ଧବ ବାଲାସାହେବ ଥାକରେ’ ନାମ ପ୍ରଦାନ କରାଯାଇଥିବା ବେଳେ ସିନ୍ଦେ ଗୋଷ୍ଠୀକୁ ‘ବାଲାସାହେବାଞ୍ଚି ଶିବସେନା’ ନାମ ପ୍ରଦାନ କରାଯାଇଛି। ଉଦ୍ଧବ ଥାକରେ ଗୋଷ୍ଠୀକୁ ଜ୍ଵଳନ୍ତ ଟର୍ଚ୍ଚ ଚିହ୍ନ ଦିଆଯାଇଛି, ମାତ୍ର ସିନ୍ଦେ ଗୋଷ୍ଠୀକୁ କୌଣସି ଚିହ୍ନ ଦିଆଯାଇ ନାହିଁ – ଆଜି ସେମାନେ ନିଜ ମନପସନ୍ଦ ଚିହ୍ନର ତାଲିକା ପ୍ରଦାନ କରିବା ପରେ କମିଶନ ଏହା ଉପରେ ନିଷ୍ପତ୍ତି ନେବେ।

Leave A Reply

Your email address will not be published.