ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ଘମାସାନ ଥିବା ବେଳେ, ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବାର ଆଶଙ୍କାକୁ ନାକଚ କରିଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ବାଲା ସାହେବ ଥୋରାଟ ।
ସେ କହିଛନ୍ତି ଯେ ଶିବସେନାର କିଛି ବିଧାୟକ ବିଦ୍ରୋହ କରିଥିବା ସତ୍ତ୍ଵେ ସରକାର ଯଥାରୀତି ଚାଲୁଛି , ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ କଥା , ତାହା ଦଳ ସୁପ୍ରିମୋ ଉଦ୍ଧବ ଥାକରେ ନେବେ।
ଏହି କାରଣ ପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରି ପାରିବ ନାହିଁ କେନ୍ଦ୍ର ସରକାର କଂଗ୍ରେସର ମହାରାଷ୍ଟ୍ର ରାଜ୍ୟ ସଭାପତି ନାନା ପାଟୋଲ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକୁ ଲଗାଇ ଅଣ ବିଜେପି ସରକାର ଥିବା ରାଜ୍ୟରେ ଅସ୍ଥିରତା ସୃଷ୍ଟି କରୁଛି, ମାତ୍ର ମହାରାଷ୍ଟ୍ରରେ କେନ୍ଦ୍ରର ଏହି ଅଭିସନ୍ଧି ମୂଳକ ଯୋଜନା ଫଳପ୍ରସୂ ହେବନାହିଁ, କାରଣ ଏଠାରେ ମେଣ୍ଟ ସହଯୋଗୀ ୩ ଦଳ ଦୃଢ଼ ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ଥାକରେଙ୍କ ସହିତ ରହିଛି !