ଇରାନୀ ସେନାର ବର୍ବରତା କାଣ୍ଡ ସାଧାରଣ ନାଗରିକ ଉପରକୁ କଲେ ମିସାଇଲ ମାଡ

ହିଜାବକୁ ନେଇ ମହସା ଅମିନିଙ୍କ ମୃତ୍ୟୁ ପରେ ଏହାର ପ୍ରତିବାଦରେ ଇରାନ ର ନାରୀମାନେ ରାଜ ରାସ୍ତାକୁ ଓହ୍ଲେଇ ଆସିଥିଲେ। ବର୍ତମାନ ବିବାଦ ଏତେ ପରିମାଣରେ
ବଢିଯାଇଛି ଯେ ଇରାନୀ ସେନା ନିଜର କ୍ରୁରତା ଦେଖାଇଛି ପ୍ରତିବାଦକାରୀ ଙ୍କ ଉପରକୁ ମିସାଇଲ ମାଡ କରିବାକୁ ମଧ୍ୟ ପଛାଇ ନଥିଲେ।
ସୂଚନା ଅନୁସାରେ,ଗତ ୧୨ ଦିନ ହେବ ଇରାନ ରେ ଲାଗିରହିଛି ହିଜାବର ପ୍ରତିବାଦ। ମହସା ଅମିନିଙ୍କ (ଜଣେ ଇରାନୀ ମହିଳା)ହିଜାବ ନପିନ୍ଧିବା ନେଇକି ଅମାନୁଷିକ ଭାବେ ପୋଲିସ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା ଏହାକୁ କେନ୍ଦ୍ର କରି ଲକ୍ଷ ଲକ୍ଷ ଜନତା ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ବର୍ତମାନ ଏହି ବିକ୍ଷୋବ ଇରାନ ସାରା ଜାରି ରହିଛି।
ଈରାନର ଷ୍ଟେଟ୍ ମିଡିଆର ସୂଚନା ମୁତାବକ, ଈରାନର ଇସ୍ଲାମିକ୍ ରେଭୋଲ୍ୟୁସନ୍ ଗାର୍ଡସ୍ କୋର୍ସ (ଆରଜିସି) ପ୍ରଦର୍ଶନ କରାଯାଉଥିବା ବିଭିନ୍ନ ସ୍ଥାନରେ ଲଗାତାର ୭୩ଟି ମିଶାଇଲ ମାଡ କରିବା ସହ ଡ୍ରୋନ ଆକ୍ରମଣ କରିଥିବା ଜଣାପଡିଛି । ହେଲେ ଏହି ଆକ୍ରମଣରେ କେତେଜଣଙ୍କର ମୃୁତ୍ୟ ହୋଇଛି ସେନେଇ କିଛି ସୂଚନା ଦିଆଯାଇନାହିଁ ।
ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଆଇଆରଜିସି କହିଛି ଯେ ଏପରି ପ୍ରଦର୍ଶନ ଇସ୍ଲାମିକ୍ ଧର୍ମକୁ ଅପମାନିତ କରିବାରୁ ଦେଶର ସେନା ଏପରି ପଦକ୍ଷେପ ନେଇଥିବା କହିଛି ଆରଜିସି ।
ଏହି ଘଟଣାରେ ଏଯାଏଁ ୪୦ରୁ ଉଦ୍ଧ୍ୱର୍ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ହୋଇସାରିଛି । ଶହଶହ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।

 

Leave A Reply

Your email address will not be published.