ମୋଦିଙ୍କ ଆରୋପର ଜବାବଦେଲେ ତେଜସ୍ଵୀ ନୀତିଶ : କହିଲେ, ନିଜକୁ ଟିକେ ଅନା !

ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ଏକ କାର୍ଯ୍ୟକ୍ରମରେ ବିରୋଧୀମାନଙ୍କ ଉପରେ ଆକ୍ରମଣ କରି କହିଲେ ଯେ, କିଛି ରାଜନୈତିକ ଦଳ ଭ୍ରଷ୍ଟାଚାରୀମାନଙ୍କୁ ରକ୍ଷା କରୁଛନ୍ତି, ଲୋକେ ସେମାନଙ୍କୁ ଚିହ୍ନି ରଖିବା ଦରକାର !

ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ତାତ୍ସଲ୍ଯର ପ୍ରଶ୍ନବାଚୀ ଉଠାଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି କି, କୌଣସି କେନ୍ଦ୍ରୀୟ ଏଜେନ୍ସି କେବେ ବି ବିଜେପିର କୌଣସି ନେତାଙ୍କ ଘରେ କାହିଁକି ରେଡ୍ କରୁ ନାହାନ୍ତି !

ସେ ପ୍ରଶ୍ନ କରିଛନ୍ତି କି ଦେଶରେ ବିଜେପିର ୩ଶହରୁ ଅଧିକ ସାଂସଦ ଓ ୧ହଜାରରୁ ଅଧିକ ବିଧାୟକ ଅଛନ୍ତି, ଆଜି ପର୍ଯ୍ୟନ୍ତ ସେମାନଙ୍କ ଭିତରୁ କେବେ କାହା ଘରେ ଯଦି ଚଢ଼ାଉ ହେଉନାହିଁ, ତାହେଲେ କିଏ ସେମାନଙ୍କୁ ରକ୍ଷା କରୁଛି ?

ଏହା ଉପରେ ସମାନ ପ୍ରତିକ୍ରିୟା ପ୍ରକାଶ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ କହିଛନ୍ତି ଯେ, କେଉଁ ବିରୋଧୀ ଦଳ ଭ୍ରଷ୍ଟାଚାରୀ ମାନଙ୍କୁ ସୁରକ୍ଷା ଦେଉଛି ତାହା ତାଙ୍କୁ ଜଣା ନାହିଁ, ହେଲେ ଯେଉଁମାନେ ଏଭଳି କଥା କହୁଛନ୍ତି, ସେମାନେ ନିଜ ଦଳ ଉପରେ ଟିକେ ଆଖି ପକାଇବା ଦରକାର !!

Leave A Reply

Your email address will not be published.