ମୋଦିଙ୍କ ସାଙ୍ଗିଆକୁ ନେଇ ୨୦୧୯ରେ କର୍ଣ୍ଣାଟକର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ବିରୋଧରେ ଗୁଜରାଟର ସୁରଟରେ ଦାୟର ହୋଇଥିବା ମାନହାନୀ ମୋକଦ୍ଦମାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶ୍ରୀ ଗାନ୍ଧୀ। ସେ କହିଥିଲେ ଯେ ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ କାହିଁକି ଏକା ଭଳି ? ଏହି ମାମଲାରେ ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ ଜିଲ୍ଲା ଜଜକୋର୍ଟ।