ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା

ଦୁର୍ଦ୍ଦାନ୍ତ ମାଫିଆ ଅତୀକ ଅହମ୍ମଦ ଓ ଅଶରଫ ହତ୍ୟା ମାମଲାର ତଦନ୍ତ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ମାଗିଛନ୍ତି ଷ୍ଟାଟସ୍ ରିପୋର୍ଟ। ଏହି ହତ୍ୟାକାଣ୍ଡ ପୂର୍ବରୁ ହୋଇଥିବା ଅତୀକର ପୁଅ ଅସଦକୁ ଏନକାଉଣ୍ଟର କରି ମାରି ଦିଆଯାଇଥିବା ଘଟଣା ଉପରେ ମଧ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।ବିକାଶ ଦୁବେ ଏନକାଉଣ୍ଟର ପରେ ପୋଲିସ କାର୍ଯ୍ୟ ସମ୍ପର୍କରେ ଜଷ୍ଟିସ ବିଏସ୍ ଚୌହାନଙ୍କ ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କୋର୍ଟ ୟୁପି ସରକାରଙ୍କୁ ପଚାରିଛନ୍ତି ।

ଅତୀକ ହତ୍ୟାକୁ ନେଇ ୟୁପି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଘଟଣା ଟିଭିରେ ଦେଖିବାକୁ ମିଳିଛି, କାହିଁକି ଉଭୟଙ୍କୁ ଆମ୍ବୁଲାନ୍ସରେ ସିଧାସଳଖ ଡାକ୍ତରଖାନା ନିଆନଯାଇ ଚଲେଇ ଚଲେଇ ନିଆଯାଉଥିଲା ?

ପୋଲିସ ହେପାଜତରେ ଅତୀକ ଓ ଅଶରଫ ହତ୍ୟା ଘଟଣାର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଏହି ଜନସ୍ଵାର୍ଥ ମାମଲାରେ ଦାବି କରାଯାଇଛି। ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ୨୦୧୭ରୁ ଉତ୍ତରପ୍ରଦେଶରେ ହୋଇଥିବା ୧୮୩ଟି ଏନକାଉଣ୍ଟରର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଆଇନଜୀବୀ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି ।

Leave A Reply

Your email address will not be published.