ଆଜି ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ‘ସେବା ଦବସ’ ଭାବେ ପାଳନ କରୁଛି ବିଜେପି ।
ଆଜି ୭୨ ବର୍ଷରେ ପାଦ ଦେଉଛନ୍ତି ମୋଦୀ, ତେଣୁ ଏହି ଦିନଟିକୁ ବିଭିନ୍ନ ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ଦଳୀୟ ନେତା ଓ କର୍ମୀ।
ମୋଦୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ଭାରତୀୟ ଜନତା ପାର୍ଟିର ତାମିଲନାଡୁ ଶାଖା ନୂଆ ଯୋଜନା କରିଛନ୍ତି।
ସୂଚନା ମୁତାବକ, ତାମିଲନାଡୁରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟମ୍ବର ୧୭ ତାରିଖରେ ମୋଦୀଜୀଙ୍କ ମୋଦୀଙ୍କ ଜନ୍ମଦିନରେ ସମସ୍ତ ନବଜାତ ଶିଶୁଙ୍କୁ ସୁନାମୁଦି ଉପହାର ଭାବରେ ଦିଆଯିବ ।
ଚେନ୍ନାଇସ୍ଥିତ ସରକାରୀ ଆରଏସଆରଏମ୍ ହସ୍ପିଟାଲକୁ ଏଥିପାଇଁ ଚୟନ କରାଯାଇଛି, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ପ୍ରାୟ ୨ ଗ୍ରାମର ସୁନା ମୁଦି ଦିଆଯିବ ବୋଲି ରାଜ୍ୟ ମତ୍ସ୍ୟ ପାଳନ ଏବଂ ସୂଚନା ବା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ୍ ମୁରୁଗନ୍ ଘୋଷଣା କରିଛନ୍ତି
ଏହାସହ ଦଳ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ବାଚନ ମଣ୍ଡଳୀରେ ୭୨୦ କେଜିର ମାଛ ଉପହାର ସ୍ଵରୂପା ବଣ୍ଟାଯିବାକୁ ସ୍ଥିର କରାଯାଇଛି ।
ମୋଦୀ ଏଥର ୭୨ ବର୍ଷରେ ପଦାର୍ପଣ କରୁଛନ୍ତି, ତେଣୁ ୭୨୦ କେଜି ମାଛ ବାଣ୍ଟିବାକୁ ବିଜେପିର ତାମିଲନାଡୁ ଶାଖା ନିଷ୍ପତ୍ତି ନେଇଛି ।