ବିହାରର ମୁଜାଫର୍ ନଗରରେ ଥିବା ‘ନୀତିଶ୍ବର କଲେଜ’ର ସହକାରୀ ହିନ୍ଦୀ ପ୍ରଫେସର୍ ଲାଲ୍ଲନ୍ କୁମାର, କଲେଜକୁ ପାଠ ପଢିବାକୁ ପିଲା ଆସୁ ନ ଥବାରୁ ଏଥିରେ ଭାବନାତ୍ମକ ଭାବେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏହି ସମୟ ମଧ୍ୟରେ ସେ ପାଠ ପଢାଇ ନାହାନ୍ତି, ତେଣୁ ଦରମା ବାବଦକୁ ତାଙ୍କୁ ମିଳିଥିବା ଟଙ୍କା ଫେରାଇ ଦେବାକୁ ନିଜର ନୈତିକତା ବୋଲି ମନେ କରୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କଲେଜରେ ଅଧ୍ଯାପକ ନିଯୁକ୍ତି ବେଳେ କମ୍ ଯୋଗ୍ୟତା ଥିବା ପ୍ରାର୍ଥୀମାନଙ୍କୁ ଏଠାରେ ନିଯୁକ୍ତି ମିଳିଛି, ସେଥିପାଇଁ ଏହି କଲେଜକୁ ଛାତ୍ରଛାତ୍ରୀ ଆସନ୍ତି ନାହିଁ।
ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଅନ୍ୟ ଏକ କଲେଜକୁ ତାଙ୍କୁ ବଦଳି କରା ନଗଲେ ତାଙ୍କ ଶିକ୍ଷାଦୀକ୍ଷାର ଅପମୃତ୍ୟୁ ଘଟିବ।
ପ୍ରଫେସର କୁମାର ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଜବାହରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିଲେ।
ଅନ୍ଯ ପକ୍ଷରେ କଲେଜର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି ଯେ, ପ୍ରଫେସରଙ୍କ ଯୁକ୍ତି ଅପ୍ରାସଙ୍ଗିକ।
ଦୁଇ ବର୍ଷରୁ ଉର୍ଦ୍ଧ୍ବ କାଳଧରି କରୋନା ମହାମାରୀ ହେତୁ କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା।
ବଦଳି ପାଇଁ ତାଙ୍କର ଆଗ୍ରହ କଥା କହିବାକୁ ଅଲଗା ମାଧ୍ୟମ ଅଛି, ସେପରି ନକରି କଲେଜ ଓ କର୍ତ୍ତୃପକ୍ଷଙ୍କୁ ଏପ୍ରକାର ଅପବାଦ ଦେବା ଶ୍ରୀ କୁମାରଙ୍କ ପକ୍ଷରେ ଶୋଭନୀୟ ନୁହେଁ।
ଉଲ୍ଲେଖଯୋଗ୍ୟ ଯେ ପ୍ରଫେସର ଦେଇଥିବା ଚେକକୁ କର୍ତୃପକ୍ଷ ଗ୍ରହଣ କରି ନାହାଁନ୍ତି।