ବିଜେପି ସାଂସଦ ସୁଶୀଲ କୁମାର ମୋଦି ଲୋକମାନଙ୍କୁ ମାଗଣା ଉପହାର ଦେବାର କାର୍ଯ୍ୟକଳାପକୁ ରୋକିବା ପାଇଁ ରାଜ୍ୟସଭାର ଶୂନ୍ୟକାଳରେ ଏକ ନୋଟିସ ଦେଇ ଥିଲେ।
ଏହି ନୋଟିସ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପିର ପିଲିଭିଟ ସାଂସଦ ବରୁଣ ଗାନ୍ଧୀ ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଜନସାଧାରଣଙ୍କୁ ଦିଆଯାଇଥିବା ମାଗଣା ଯୋଜନାଗୁଡିକୁ ବନ୍ଦ କରିବା ଆଗରୁ ସାଂସଦମାନଙ୍କୁ ମିଳୁଥିବା ପେନସନ ସମେତ ଅନ୍ୟ ସମସ୍ତ ସୁବିଧା ରଦ୍ଦ କରି ଏହାର ଶୁଭାରମ୍ଭ କରାଯାଉ !
ଘରୋଇ ଗ୍ୟାସ ମୂଲ୍ୟ ସମ୍ପର୍କରେ ମଧ୍ୟ ସେ ଭାରତ ସରକାରଙ୍କୁ ଘେରିଥିଲେ।
ଗ୍ୟାସର ମୂଲ୍ୟବୃଦ୍ଧି ଏବଂ ନାମକୁ ମାତ୍ର ସବସିଡି ଯୋଗୁ ଗରିବଙ୍କ ଉଜ୍ୱଳା ଚୁଲି ଲିଭିବାରେ ଲାଗିଛି ବୋଲି ସେ ତାତ୍ସଲ୍ଯ କରିଥିଲେ।
ଦେଶରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ବେରୋଜଗାର ସମସ୍ୟା ସମ୍ପର୍କରେ କିଛି ଦିନ ପୂର୍ବରୁ ସରକାରଙ୍କୁ କଠୋର ଆକ୍ରମଣ କରି ବରୁଣ କହିଥିଲେ ଯେ ଦେଶରେ ପ୍ରାୟ ଏକ କୋଟି ମଞ୍ଜୁରିପ୍ରାପ୍ତ ପଦବୀ ଖାଲିଥିବା ବେଳେ ବିଗତ ୮ ବର୍ଷ ମଧ୍ୟରେ କେନ୍ଦ୍ରୀୟ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୨୨ କୋଟି ଯୁବକ ଯୁବତୀଙ୍କ ମଧ୍ୟରୁ କେବଳ ୭ ଲକ୍ଷ ଚାକିରି ପାଇଛନ୍ତି – ଏଥିପାଇଁ କିଏ ଦାୟୀ ?
Unemployment is the seminal issue of our times.
The Govt recently revealed in Parliament that since 2014, 22 crore people had applied for jobs & only 7.2 lakh were appointed.
My article on how the system continually diminishes the demographic dividend..https://t.co/iXR5gEYkZd pic.twitter.com/fhcPKvb6vp
— Varun Gandhi (@varungandhi80) July 30, 2022