ଦକ୍ଷିଣ କୋରିଆ, ଆମେରିକା ଓ ଜାପାନ ନୌସେନା ତ୍ରିପାକ୍ଷିକ ସମରାଭ୍ୟାସ ପ୍ରଦର୍ଶନ ବେଳେ ଉତ୍ତର କୋରିଆ ର କ୍ଷେପଣାସ୍ତ୍ର ମାଡ
ଆଜି ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ଦୁଇଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।
ଗତ ଶୁକ୍ରବାର ଦିନ ଦକ୍ଷିଣ କୋରିଆ, ଆମେରିକା ଓ ଜାପାନ ନୌସେନା ତ୍ରିପାକ୍ଷିକ ବୁଡ଼ାଜାହାଜ ନିରୋଧୀ ସମରାଭ୍ୟାସ ପ୍ରଦର୍ଶନ କରିବା ପରେ ଉତ୍ତର
କୋରିଆ ଉପରୋକ୍ତ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ମିଶାଇ ଏହିସପ୍ତାହରେ ଉତ୍ତର କୋରିଆ ସମୁଦାୟ ୪ଥର କ୍ଷେପଣାସ୍ତ୍ର ପରୀକ୍ଷା କରିଛି।
ଆମେରିକାର ‘ଇଣ୍ଡୋ-ପାସିଫିକ୍ କମାଣ୍ଡ୍’ ସ୍ୱୀକାର କରିଛନ୍ତି ଯେ,ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା କଥା ଜାଣୁ। ଏବଂ ସେ କହିଛନ୍ତି ଏହା
ଆମେରିକୀୟ ସେନା କର୍ମଚାରୀ ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ।
ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର୍ ଉଚ୍ଚତାରେ ଘଣ୍ଟା ପ୍ରତି ପ୍ରାୟ ୭୪୦୦ କିଲୋମିଟର ବେଗରେ ଗତି କରିଥିବା କୁହାଯାଇଛି
ଏହାର ଲକ୍ଷଭେଦ ଦୂରତ୍ବ ୩୫୦ କିଲୋମିଟର ବୋଲି ଅନୁମାନ କରାଯାଇଛି