କର୍ଣ୍ଣାଟକ ବିଜେପି ବିଧାୟକ କହିଲେ ସୋନିଆ ବିଷକନ୍ଯା

କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସର୍ପ କହିବା ଗତକାଲି କର୍ଣ୍ଣାଟକର ବିଜୟପୁରା ବିଧାୟକ ଓ ଦଳର ତାରକା ପ୍ରଚାରକ ବସନଗୌଡା ପାଟିଲ ପୂର୍ବତନ କଂଗ୍ରେସ ଅଧ୍ଯକ୍ଷା ସୋନିଆ ଗାନ୍ଧୀଙ୍କୁ ବିଷକନ୍ଯା ବୋଲି କହିଛନ୍ତି। କୋପ୍ପାଲ ଜିଲ୍ଲା ୟେଲବୁର୍ଗାଠାରେ ଏକ ନିର୍ବାଚନ ପ୍ରଚାର ସଭାରେ ଶ୍ରୀ ପାଟିଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାରା ବିଶ୍ଵରେ ସମ୍ମାନ କରାଯାଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ତାଙ୍କୁ ଗୋଖର ସାପ କହିବା କଥାକୁ ଲୋକେ ସହଜରେ ଗ୍ରହଣ କରୁନାହାନ୍ତି। ସେ କହିଲେ ଯେ ଚୀନ ଓ ପାକିସ୍ତାନର ଏଜେଣ୍ଟ ଭାବେ କାମକରି ସୋନିଆ ଗାନ୍ଧୀ ଦେଶକୁ ନଷ୍ଟ କରିଦେଇଛନ୍ତି, ସେ ହେଉଛନ୍ତି ଏକ ବିଷକନ୍ଯା, ମୋଦିଙ୍କ ବିରୋଧରେ ବୟାନବାଜି କରିବାର ଦଣ୍ଡ କଂଗ୍ରେସକୁ ଦେଇଛନ୍ତି ଲୋକମାନେ – ପାର୍ଲିଆମେଣ୍ଟରେ ବିରୋଧୀ ଦଳ ନେତା ଆସନରେ ବସିବାର ଯୋଗ୍ଯତା ମଧ୍ଯ ହାସଲ କରିପାରୁନାହିଁ ଏହି ଦଳ !
ଅବଶ୍ୟ ଶ୍ରୀ ଖଡଗେ ନିଜର ସ୍ପଷ୍ଟୀକରଣ ଦେଇ କହିସାରିଛନ୍ତି ଯେ ସେ ମୋଦିଙ୍କୁ ନୁହେଁ, ବିଜେପି ଦଳକୁ ବିଷଧର ସର୍ପ ବୋଲି କହିଥିଲେ।

ପାଟିଲଙ୍କ ଏପରି ମନ୍ତବ୍ୟର ତୀବ୍ର ବିରୋଧ କରିଛି କଂଗ୍ରେସ, ଶ୍ରୀ ପାଟିଲଙ୍କୁ ବିଜେପିରୁ ବହିଷ୍କାର କରାଯିବାକୁ ଦାବି କରାଯାଇଛି।

Leave A Reply

Your email address will not be published.