ସୋନିଆ ଗାନ୍ଧୀ କରୋନା ପଜିଟିଭ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ ଚହ୍ନଟ ହୋଇଛନ୍ତି । ସାମାନ୍ୟ ଜ୍ଵର ଓ ଅନ୍ୟାନ୍ୟ ଊପସର୍ଗ ଦେଖାଯିବା ପରେ ଗତକାଲି ସଂଧ୍ୟାରେ ତାଙ୍କର ସ୍ଵାବ ପରୀକ୍ଷା କରାଯାଇଥିଲା, ସେଥିରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ବୋଲି ଦଳର ବରିଷ୍ଠ ନେତା ରଣଦୀପ ସିଂହ ସୁରେଜଓ୍ଵାଲା ଜଣାଇଛନ୍ତି । ଗତ ସପ୍ତାହରେ ଦଳର ବହୁ ନେତା ତାଙ୍କୁ ସାକ୍ଷାତ କରିଥିଲେ । ତାଙ୍କୁ ସାକ୍ଷାତ କରିଥିବା ନେତାମାନଙ୍କ ମଧ୍ୟରୁ କେ.ସି. ବେଣୁଗୋପାଳଙ୍କ ସମେତ ଅନ୍ୟ କେତେଜଣ କରୋନା ପଜିଟିଭ ଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.