ଇଡି ଅଫିସରେ ପହଞ୍ଚିଲେ ସୋନିଆ

ନେସନାଲ୍ ହେରାଲ୍ଡ଼ ଅର୍ଥ ତୋଷରପାତ ମାମଲାରେ ଏନଫୋର୍ମେଣ୍ଟ ଡିରେକଟୋରେଟରୁ ଦିଆଯାଇଥିବା ସମନ ଅନୁସାରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଇଡି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି,ତାଙ୍କ ସହିତ କନ୍ୟା ପ୍ରିୟଙ୍କା ଗାନ୍ଧୀ ଅଛନ୍ତି ।

ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ହାଜର ହେବା ପାଇଁ ଇଡି ସମନ କରିଥିଲା ଓ ଶ୍ରୀ ଗାନ୍ଧୀ ହାଜର ହୋଇଥିଲେ ।

ସୋନିଆଙ୍କୁ ଇଡିର ସମନ ବିରୋଧରେ ଆଜି ସବୁ ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କାରାଯାଉଛି।

ସଂସଦରେ ଆଜି କଂଗ୍ରେସ ସାଂସଦମାନେ ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଛନ୍ତି।

ଭୁବନେଶ୍ୱରରେ ଛାତ୍ର କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ଇଡି ଅଫିସ ଅଭିମୁଖେ ପଦଯାତ୍ରା କରୁଥିବା ବେଳେ , ରାଜମହଲ ଛକରେ ପୋଲିସ ଓ ବିକ୍ଷୋଭକାରୀ କଂଗ୍ରେସ କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ସବୁ ରାଜ୍ୟରେ ଏକାଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.