ସୀତାକାନ୍ତ ମହାପାତ୍ର, ଶ୍ରୀନିବାସ ଉଦଗାତା ଓ ପ୍ରତିଭା ରାୟଙ୍କୁ ଅତିବଡି ପୁରସ୍କାର

୨୦୨୧, ୨୦୨୨ ଓ ୨୦୨୩ ବର୍ଷପାଇଁ ଓଡିଶା ସାହିତ୍ୟ ଏକାଡେମୀର ସମ୍ମାନଜନକ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ପାଇବେ ଯଥାକ୍ରମେ ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର ଓ ଶ୍ରୀନିବାସ ଉଦଗାତା। ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା, ମାନପତ୍ର ଓ ଉପାୟନ ପ୍ରଦାନ କରାଯିବ। ଜୀବନବ୍ଯାପି ସାହିତ୍ୟ ସାଧନା ପାଇଁ ଏହି ପୁରସ୍କାର ଦିଆଯାଇଥାଏ। ଏମାନଙ୍କ ବ୍ଯତିତ ଆଜି ସଂଧ୍ୟାର ଉତ୍ସବରେ ଅନ୍ୟ ୪୫ ସାହିତ୍ଯିକ ମଧ୍ୟ ପୁରସ୍କୃତ ହେବେ, ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପାୟନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ।

Leave A Reply

Your email address will not be published.