ମହାରାଷ୍ଟ୍ର ବିଧାନସଭାରେ ଆଜି ଏକନାଥ ସିନ୍ଦେ ଓ ବିଜେପି ମିଳିତ ସରକାର ୧୬୪ – ୯୯ ବିଶ୍ୱାସ-ଭୋଟରେ ବିଜୟୀ ହୋଇଛନ୍ତି।
ରାଜ୍ୟପାଳଙ୍କ ଦ୍ଵାରା ଆହୁତ ଦୁଇଦିନିଆ ସ୍ଵତନ୍ତ୍ର ଅଧିବେଶନରେ ଆଜି ନବଗଠିତ ସରକାର ବଳ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛି।
ଗତକାଲି ବିଜେପି ବିଧାୟକ ରାହୁଲ ନାର୍ଭେକର ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି।
ବାଚସ୍ପତି ହେବାପରେ ସେ ଥାକରେ ଗୋଷ୍ଠୀର ଅଜୟ ଚୌଧୁରୀଙ୍କ ସ୍ଥାନରେ ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳ ନେତା ଓ ସୁନୀଲ ପ୍ରଭୁଙ୍କ ସ୍ଥାନରେ ଭରତ ଗୋଗାବାଲେଙ୍କୁ ଶିବସେନା ଦଳର ମୂଖ୍ୟ ସଚେତକ ଘୋଷଣା କରିଛନ୍ତି।