ଶପଥ ନେଲେ ସିଦ୍ଧରମେୟା : ଯୋଗ ଦେଲେନାହିଁ ନବୀନ

ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଧରମେୟା, ତାଙ୍କ ସହିତ ଦଳର ରାଜ୍ୟ ସଭାପତି ଡିକେ ଶିବକୁମାର ଉପମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବେଙ୍ଗାଳୁରୁର କାନ୍ତିରାଭା ଷ୍ଟାଢିୟମରେ ଅନୁଷ୍ଠିତ ଏହି ଭବ୍ଯ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦଳର ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ସବୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶକୁମାର ଓ ଉପମୁଖ୍ଯମନ୍ତ୍ରୀ ତେଜସ୍ଵୀ ଯାଦବ,ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ,ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗଲହଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ଓ ଜାମ୍ମୁ କାଶ୍ମୀର ନେତ୍ରୀ ମୁଫତି ମେହବୁବା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଏଥିରେ ଯୋଗ ଦେଇନାହାନ୍ତି ଅଥବା ପ୍ରତିନିଧି ଭାବେ କୌଣସି ମନ୍ତ୍ରୀଙ୍କୁ ପଠାଇ ନାହାଁନ୍ତି।

Leave A Reply

Your email address will not be published.