ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ଅପ୍ରେଲ ୨୭ ତାରିଖ ପର୍ଯ୍ୟନ୍ତ ସିବିଆଇ ଓ ଅପ୍ରେଲ ୨୯ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ମନୀଷ ଶିଶୋଦିଆ, ସିବିଆଇ ଓ ଇଡି ପକ୍ଷରୁ ଆଗତ ଦୁଇଟି ଆବେଦନ ଉପରେ ବିଚାର କରି ଗତକାଲିଏପରି ଆଦେଶ ଦେଇଛନ୍ତି ରାଉସେ ଆଭେନିଉ କୋର୍ଟ । ତନାଘନା ଜେରା ପରେ ସିବିଆଇ ଶିଷୋଦିଆଙ୍କୁ ଗତ ଫେବୃଆରୀ ମାସରେ ଗିରଫ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ଦିନ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜେରିବାଲଙ୍କୁ ୯ ଘଣ୍ଟା ଜେରା କରିଥିଲା ସିବିଆଇ। ଏହାର ଦିନକ ପରେ ରାଉସେ ଆଭେନିଉ କୋର୍ଟର ଏହି ଆଦେଶ ଆମ ଆଦମି ପାର୍ଟି ଶିବିରରେ ଅସନ୍ତୋଷ ଖେଳାଇ ଦେଇଛି।
Prev Post