ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଥାକରେଙ୍କ ଇସ୍ତଫା ପରେ ଆଜି ରାଜଭବନରେ ସଂଧ୍ୟା ୭.୩୦ ରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଶପଥ ଗ୍ରହଣ କରିବେ।
ବିଜେପି ସହଯୋଗରେ ଗଠିତ ହେଉଥିବା ଏହି ସରକାରରେ ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଫର୍ଣାଡଭିସ ମନ୍ତ୍ରୀ ହେବେ ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଫର୍ଣାଡଭିସଙ୍କୁ ଉଛ୍ଵସିତ ପ୍ରଶଂସା କରିଛନ୍ତି ସିନ୍ଦେ, ନୂଆ ସରକାର ହିନ୍ଦୁତ୍ଵ ଓ ବିକାଶକୁ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି ।