ଶାହା ଶାହା ଶାହା, ଶାହା ଦେବେ ରାହା !

ମହାରାଷ୍ଟ୍ରରେ ବିଜେପି ସହ ମିଶି ନୂଆ ସରକାର ଗଠିତ ହେବା ପରେ ଏବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବାବଦରେ ଗତକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ।

ମନ୍ତ୍ରୀମଣ୍ଡଳର ରୂପରେଖ କ’ଣ ହେବ ଓ କାହା ଭାଗରେ କେତେ ରହିବ, ସେ ବିଷୟରେ ଚୁଡାନ୍ତ ନିଷ୍ପତ୍ତି ଶାହାଙ୍କ ମାର୍ଗଦର୍ଶନ ଅନୁସାରେ ହିଁ ହେବ ବୋଲି କାଲିର ଏହି ସାକ୍ଷାତ ଆଲୋଚନାରୁ ଜଣା ପଡୁଛି ।

ସିନ୍ଦେ ଓ ଫଡ଼ନବୀସଙ୍କ ସହ ଆଲୋଚନା ବେଳର ଫଟୋଗୁଡ଼ିକୁ ‘ଟୁଇଟର୍‌’ରେ ପୋଷ୍ଟ୍‌ କରି ଶାହା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍‌ଦର୍ଶନରେ ଆପଣ ଦୁହେଁ ନିଷ୍ଠାର ସହ ଜନତାଙ୍କ ସେବା କରିବେ ଏବଂ ମହାରାଷ୍ଟ୍ରକୁ ଉନ୍ନତିର ନୂତନ ଶିଖରକୁ ନେଇଯିବେ ବୋଲି ମୁଁ ସୁନିଶ୍ଚିତ।

ସୂଚନାଯୋଗ୍ଯ ଯେ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ୧୫ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଅନୁରୋଧ କରି ଉଦ୍ଧବ ଥାକ୍‌ରେଙ୍କ ନେତୃତ୍ବାଧୀନ ‘ଶିବସେନା’ ସୁପ୍ରିମ୍‌ କୋର୍ଟରେ ଦାଏର କରିଥିବା ପିଟିସନର ଗୁରୁତ୍ବପୂର୍ଣ୍ଣ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେଵ ଓ ଏଥିରେ ଶାହା ହିଁ ସେମାନଙ୍କ ସଂକଟ ମୋଚନ କରି ପାରିବେ !

Leave A Reply

Your email address will not be published.