ବିହାର: ପରୀକ୍ଷା ହଲରେ କେବଳ ଝିଅମାନଙ୍କୁ ଦେଇ ବୁଡ଼ିଗଲା ଛାତ୍ରଙ୍କ ଚେତା। ବିହାରରେ ନାଳନ୍ଦାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ବିହାରସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା। ଏଠାକୁ ମନୀଷ ନାମକ ଛାତ୍ର ପରୀକ୍ଷା ଦେବାକୁ ପହଞ୍ଚିଥିଲା। କିନ୍ତୁ ସେ ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ହଲରେ ତାଙ୍କୁ ଛାଡି ଅନ୍ୟ କୌଣସି ଛାତ୍ର ନଥିଲେ। ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକୁଟିଆ ପାଇ ମନୀଷ ଅଚେତ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମନୀଷ କହିଥିଲେ ଏତେ ଝିଅଙ୍କୁ ଦେଖି ସେ ବିଚଳିତ ହୋଇ ବେହୋସ ହୋଇଯାଇଥିଲେ।
ସୂଚନା ମୁତାବକ, ଛାତ୍ର ମନୀଷ ଶଙ୍କରର ଇଣ୍ଟର ପରୀକ୍ଷା ସେଣ୍ଟର ବ୍ରିଲିୟନ୍ ସ୍କୁଲରେ ପଡିଥିଲା। ମନୀଷ ସେଠାରେ ନିଜ ବ୍ୟତୀତ ଦ୍ୱିତୀୟ ଛାତ୍ରଙ୍କୁ ଦେଖିବାକୁ ପାଇନଥିଲା। ସେଠାକୁ ପାଖାପାଖି ୫୦୦ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ । ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକା ପାଇ ସେ ଦ୍ୱନ୍ଦ୍ୱରେ ପଡିଯାଇଥିଲା। ଫଳରେ ସଂଜ୍ଞାହୀନ ହୋଇ ପଡିଥିବା ଜଣାଯାଇଛି।