ଭାରତର ସରଗମ କୌଶଲ ହୋଇଛନ୍ତି ୨୦୨୨ ବର୍ଷର ବିଶ୍ଵ ସୁନ୍ଦରୀ – ମିସ୍ ଓ୍ଵାର୍ଲଡ଼ ! କାଶ୍ମୀରରେ ଜନ୍ମିତା ସରଗମ ଇଂରାଜୀ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଛନ୍ତି, ତାଙ୍କ ସ୍ଵାମୀ ଭାରତୀୟ ନୌସେନାରେ ଅଧିକାରୀ ଅଛନ୍ତି। ମୁକୁଟ ହାସଲ କରିବା ପରେ ଖୁସିରେ ଗଦଗଦ ହୋଇ ସେ କହିଥିଲେ – ଲଭ ଇଉ ଇଣ୍ଡିଆ, ଲଭ୍ ଇଉ ଓ୍ଵାର୍ଲଡ଼ ! ୧୯୬୬ ମସିହାରେ ଭାରତ ପାଇଁ ବିଶ୍ଵ ସୁନ୍ଦରୀ ମୁକୁଟ ପ୍ରଥମେ ହାସଲ କରିଥିଲେ ରୀତା ଫାରିଆ । ତାଙ୍କ ପରେ ଐଶ୍ଵର୍ଯ୍ଯା ରାୟ, ଡିଆନା ହେଡେନ, ଯୁକ୍ତା ମୁଖୀ, ପ୍ରିୟଙ୍କା ଚୋପ୍ରା ଓ ମାନୁଷୀ ଚିଲର ମଧ୍ୟ ବିଶ୍ଵ ସୁନ୍ଦରୀ ମୁକୁଟ ହାସଲ କରିଛନ୍ତି !