ସୋନିଆଙ୍କ ବିରୋଧରେ ଅଭିଯୋଗ କଲେ ସମ୍ବିତ

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିଜର ଚିରାଚରିତ ଢ଼ଙ୍ଗରେ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି, ଏକ ପ୍ରେସମିଟ କରି ଶ୍ରୀ ପାତ୍ର କହିଛନ୍ତି ଯେ ଗୁଜୁରାଟ ଦଙ୍ଗା ସମ୍ପର୍କରେ SIT ରିପୋର୍ଟରେ ସତ୍ଯର ପର୍ଦ୍ଦାଫାସ ହୋଇଛି ।

ଦଙ୍ଗାକୁ ନେଇ ସାମାଜିକ କର୍ମୀ ଟିସ୍ତା ତଲବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବାକୁ ଯେଉଁ ଚକ୍ରାନ୍ତ କରିଥିଲେ ସିଟ ରିପୋର୍ଟରେ ତାହାର ଖୁଲାସା କରାଯାଇଛି ବୋଲି କହିଛନ୍ତି ସମ୍ଵିତ।

ସେ କହିଛନ୍ତି ଯେ ଟିସ୍ତା ରାଜ୍ୟସଭାକୁ ଯିବାକୁ ଇଚ୍ଛା ରଖିଥିଲେ। ତାଙ୍କ କାର୍ଯ୍ୟରେ ଖୁସି ହୋଇ ସୋନିଆ ଗାନ୍ଧୀ ତାଙ୍କୁ 2007ରେ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ।

ନରେନ୍ଦ୍ର ମୋଦି ଏବଂ ବିଜେପିକୁ ବଦନାମ କରିବାକୁ ତାଙ୍କୁ ସୋନିଆ ଗାନ୍ଧୀ ଅର୍ଥ ଦେଇଥିଲେ ବୋଲି ସମ୍ବିତ କହିଛନ୍ତି ।

ଏଥିପାଇଁ ଅହମଦ ପଟେଲଙ୍କୁ ଆଗକୁ ରଖି ତାଙ୍କୁ 30 ଲକ୍ଷ ଟଙ୍କା ଦିଆଯାଇଥିବା କଥା ସିଟ ରିପୋର୍ଟରୁ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

Leave A Reply

Your email address will not be published.