ଆଜି ପଶ୍ଚିମ ଆମେରିକାର ଚୌତକ୍ଵାଠାରେ ଆୟୋଜିତ ଏକା ସଭାରେ ବକ୍ତା ଭାବେ ଆମନ୍ତ୍ରିତ ବିଶିଷ୍ଟ ଲେଖକ ୭୫ ବର୍ଷ ବୟସ୍କ ସଲମାନ ରୁସିଦୀଙ୍କୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ସଭାମଞ୍ଚରେ ଆକ୍ରମଣ କରି ଛୁରାମାଡ଼ କରିଛି ।
ସଭାମଞ୍ଚ ଉପରକୁ ହଠାତ ଝଡ଼ ଭଳି ଚଢିଯାଇ ଆତତାୟୀ ଜଣକ ରୁସଦୀଙ୍କ ବେକରେ ବାରମ୍ବାର ଛୁରିକାଘାତ କରିଥିଲା, ରୁସଦୀ ତଳେ ପଡି ଯାଇଥିଲେ।
ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି ।
ଆତତାୟୀକୁ କାବୁ କରିଯାଇଛି ।
୧୯୮୧ ମସିହାରେ ତାଙ୍କର ଦ୍ଵିତୀୟ ପୁସ୍ତକ ମିଡନାଇଟସ ଚିଲଡ୍ରେନ ପ୍ରକାଶ ପାଇବା ପରେ ସେ ଲେଖକ ଭାବେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିଲେ, ଏଥିପାଇଁ ତାଙ୍କୁ ସମ୍ମାନଜନକ ବୁକର୍ସ ପ୍ରାଇଜ ମିଳିଥିଲା। ମାତ୍ର ୧୯୮୮ ମସିହାରେ ତାଙ୍କ ଲିଖିତ ‘ସାଟାନିକ ଭରସେସ୍’ ମୁସଲମାନ ଧାର୍ମିକ ସମ୍ପ୍ରଦାୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା – ସେତେବେଳେ ଇରାନର କଠୋରପନ୍ଥୀ ଧାର୍ମିକ ନେତା ଆୟୋତୋଲ୍ଳା ଖେମିନୀ ରୁସଦୀଙ୍କୁ ହତ୍ୟା କରିବାକୁ ଫତଓ୍ଵା ଜାରି କରିଥିଲେ ।
ସେହି ଫତଓ୍ଵା ପାଇଁ ଆଜି ତାଙ୍କୁ ହତ୍ୟା କରିବାକୁ ଆକ୍ରମଣ ହୋଇଛି ବୋଲି କୁହାଯାଉଛି ।