ୟୁକ୍ରେନ ଉପରେ ରୁଷ ର ପୁଣି ତୀବ୍ରଆକ୍ରମଣ ଶନିବାର ରାତିରେ ଦକ୍ଷିଣ ୟୁକ୍ରେନରେ ରୁଷ୍ ଗୁଳିଗୋଳା ବର୍ଷା କରିଛି ।
ଏହି ଆକ୍ରମଣ ୟୁକ୍ରେନର ଦକ୍ଷିଣ ପ୍ରାନ୍ତ ରେ ଥିବା ଜାପୁରଝିଆ ଅଞ୍ଚଳ ବୋଲି ଜଣା ପଡିଚି ଏହି ଘଟଣାରେ ଦୁଇ ଦେଶ ପରସ୍ପରକୁ ଦୋଷାରୋପ କରିଛନ୍ତି।
ଆଞ୍ଚଳିକ ଶାସନ ମୁଖ୍ୟ ଓଲେକସାଣ୍ଡର ଷ୍ଟାରୁଖ କହିଛନ୍ତି ୧୦ଟି ବିମାନରୁ ରୁଷ୍ ସେନା ବୋମା ନିକ୍ଷେପ ସହ ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିଛି।
ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ୭ ମାସର ଯୁଦ୍ଧରେ ରୁଷ୍ ନିଜ ଅଧୀନକୁ ନେଇଥିବା ୟୁକ୍ରେନୀୟ ଅଞ୍ଚଳରେ ଗଣଭୋଟ ଚଳାଇଛି।
ଅନ୍ୟପକ୍ଷରେ ଶିଳ୍ପସମୃଦ୍ଧ ଜି-୭ ଦେଶ ଗଣଭୋଟର ଫଳାଫଳକୁ ସ୍ବୀକୃତି ଦେବେନାହିଁ ବୋଲି କହିଛନ୍ତି।
ତେବେ ଜାତିସଂଘ ବୈଠକରେ ପାଖାପାଖି ତିନି ଚତୁର୍ଥାଂଶ ଦେଶ ରୁଷ୍ର ଆକ୍ରମଣକୁ ଭର୍ତ୍ସନା କରିବା ସହିତ ସେନା ପ୍ରତ୍ୟାହାର ଦାବି କରିଛନ୍ତି।