ସିମଲା ମହାନଗର ନିଗମ ନିର୍ବାଚନ ଅବ୍ଯବହିତ ପୂର୍ବରୁ ହିମାଞ୍ଚଳ ପ୍ରଦେଶ ବିଜେପି ସଭାପତି ସୁରେଶ କାଶ୍ଯପ ଇସ୍ତଫା ଦେଇଛନ୍ତି, ଗତକାଲି ସେ ନିଜର ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି।
ବିଜେପି ପକ୍ଷରୁ କୁହାଯାଇଛି ଯେ ବ୍ଯକ୍ତିଗତ କାରଣ ପାଇଁ ଶ୍ରୀ କାଶ୍ଯପ ଇସ୍ତଫା ଦେଇଛନ୍ତି, ଏହା ପଛରେ କୌଣସି ରାଜନୈତିକ କାରଣ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ରାଜ୍ୟ ବିଜେପି ସଭାପତି ରାଜୀବ ବିନ୍ଦାଲ ଦଳରୁ ଇସ୍ତଫା ଦେବା ପରେ, ୨୦୨୦ ଜୁଲାଇ ୨୨ ତାରିଖରେ ଶ୍ରୀ କାଶ୍ଯପଙ୍କୁ ଦଳର ରାଜ୍ୟ ସଭାପତି କରାଯାଇଥିଲା। ୨୦୨୧ ଉପନିର୍ବାଚନରେ ବିଜେପି ମନ୍ଦି ଲୋକସଭା ଆସନ ଓ ଅକରି,ଫତେପୁର,ଜୁବ୍ବଲ-କୋତଖାଇ ବିଧାନସଭା ଆସନରେ ପରାସ୍ତ ହୋଇଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ହିମାଚଳ ପ୍ରଦେଶରେ ଧରାଶାୟୀ ହୋଇଥିଲା।
ବିଜେପି ପକ୍ଷରୁ ରାଜ୍ୟରେ ସାଙ୍ଗଠନିକ ପୁନର୍ବିନ୍ୟାସ ପାଇଁ କସରତ ଆରମ୍ଭ ହୋଇଯାଇଛି।

Next Post