ଧର୍ମକୁ ନେଇ ହତ୍ୟା : ଦର୍ଜୀଙ୍କ ମୁଣ୍ଡକାଟି ଦେଲେ

ଗତକାଲି ଅପରାହ୍ନରେ ରାଜସ୍ଥାନ ଉଦୟପୁରର ମାଲଦାସ ରୋଡ଼ରେ ଥିବା ଭୁତ ମହଲା ନିକଟରେ କହ୍ନେୟା ଲାଲ ନାମକ ଜଣେ ଦର୍ଜୀଙ୍କ ତାଙ୍କ ଦୋକାନ ଭିତରେ ମୁଣ୍ଡ ଗଣ୍ଡି ଅଲଗା କରି ବିଭତ୍ସା ଭାବରେ ହତ୍ୟା କରିଛନ୍ତି 2ଜଣ ଉଗ୍ର ଇସଲାମବାଦି ଯୁବକ ମହମ୍ମଦ ରିଆଜ ଅଖତାରୀ ଓ ମହମଦ !

ଇସଲାମ ଧର୍ମ ପ୍ରଚାରକ ମହମଦଙ୍କ ସମ୍ପର୍କରେ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ କଟାକ୍ଷକୁ ସମର୍ଥନ କରି ସାମାଜିକ ଗଣ ମାଧ୍ୟମରେ ମନ୍ତବ୍ୟ ଦେଇଥିବା ହେତୁ କହ୍ନେୟାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ଦୁଇ ଆତତୟୀ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଗୁସ୍ତାଖ-ଇ-ରସୁଲ କି ସଜା, ଶର ତନେସ ଜୁଦା – ଅର୍ଥାତ ଯିଏ ଆଲହାଙ୍କୁ ଅପମାନ କରିବ, ତାହାର ଶିର ଏହିପରି ଭାବେ ଶରୀରରୁ ଅଲଗା କରି ଦିଆଯିବ !

ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏପରି ହତ୍ୟା କରିବାର ଧମକ ଦେଇଛନ୍ତି ।

ଏହି ଭୟାବହ ହତ୍ୟାର ଭିଡିଓ ଦିଲ୍ଲୀର ବିଜେପି ନେତା ତେଜିନ୍ଦର ସିଂହ ବାଗା ଗଣମାଧ୍ୟମରେ ଛାଡିଛନ୍ତି ।

ପୂର୍ବରୁ ଗତ 17 ତାରିଖରେ ରିଆଜ ଅଖତରି ଏକ ଭିଡିଓ ଜାରିକରି କହିଥିଲେ ଯେ ମହମଦଙ୍କ ବିରୋଧରେ କଟୁ କଟାକ୍ଷ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡକାଟ କରିବେ ସେ ଓ ସେହି ମୁଣ୍ଡ କଟା ଭିଡ଼ିଓ ବନେଇ ଛାଡ଼ିବେ !

ଗତକାଲିର ବିଭତ୍ସ ଘଟଣାରେ ରିଆଜ କହ୍ନେୟାଲାଲଙ୍କ ମୁଣ୍ଡ କାଟୁଥିବାର ଦୃଶ୍ୟକୁ ଭିଡିଓ ରେକଡିଙ୍ଗ କରିଥିଲେ ତାଙ୍କ ସହଯୋଗୀ ମହମଦ। ରାଜସ୍ଥାନ ପୋଲିସ 2 ଆତତାୟୀଙ୍କୁ ଗିରଫ କରିଛି ।

Leave A Reply

Your email address will not be published.