ମହାରାଷ୍ଟ୍ରରେ ଉଦ୍ଧବ ଥାକରେଙ୍କ ରାଜନୈତିକ ପ୍ରତିଷ୍ଠାକୁ ଧୂଳିସାତ କରିବାକୁ ବିଜେପି ଦଳର ପ୍ରଚ୍ଛନ୍ନ ପ୍ରୋତ୍ସାହନରେ ବିଦ୍ରୋହୀ ସିନ୍ଦେ ଗୃପ ଲାଗି ପଡିଛନ୍ତି।
ଇତିମଧ୍ୟରେ ଶିବସେନାର ଜଣେ ସାଂସଦ ବିଜେପି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଥାକରେଙ୍କୁ ଅନୁରୋଧ କରିବାର ଦିନକ ପରେ ବିଦ୍ରୋହୀ ଗୃପର ଜଣେ ବିଧାୟକ କହିଛନ୍ତି ଯେ ୧୮ ଶିବସେନା ସାଂସଦଙ୍କ ମଧ୍ୟରୁ ୧୨ ଆସିବେ ସିନ୍ଦେଙ୍କ ପଟକୁ !
ଉଦ୍ଧବଙ୍କ ସରକାରରେ ମନ୍ତ୍ରୀ ରହିଥିବା ଗୁଲାବରାଓ ପାଟିଲ କହିଛନ୍ତି ଯେ ସେ ବ୍ଯକ୍ତିଗତ ଭାବେ ୪ ସାଂସଦଙ୍କୁ ଭେଟି କଥାବାର୍ତ୍ତା କରିଛନ୍ତି ।
୨୨ ପୂର୍ବତନ ଶିବସେନା ବିଧାୟକ ଓ ସମସ୍ତ କର୍ମୀ ମଧ୍ୟ ସିନ୍ଦେଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଗୁଲାବରାଓ ପାଟିଲ।