ଗତକାଲି ବରିଷ୍ଠ ସାମ୍ବାଦିକ ରବିଶ କୁମାର ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏନ୍ଡିଟିଭିରୁ ଇସ୍ତଫା ଦେଇଛନ୍ତି।
ଆର୍ଆର୍ପିଆର୍ ହୋଲ୍ଡିଂ ପ୍ରାଇଭେଟ ଲିମିଟେଡ କମ୍ପାନୀ ହେଉଛି ଏହି ଜାତୀୟ ସମ୍ବାଦ ସଂସ୍ଥାର ପ୍ରାୟୋଜକ, ଏଥିରୁ ପ୍ରଣୟ ରୟ ଓ ରାଧିକା ରାୟ ଇସ୍ତଫା ଦେବାର ଦିନକ ପରେ ରବିଶ କୁମାର ଏନ୍ଡିଟିଭି ଇଣ୍ଡିଆରୁ ଇସ୍ତଫା
ଦେଇଛନ୍ତି। ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।୧୯୯୬ ମସିହାରେ ରବିଶ କୁମାର ଏଥିରେ ଯୋଗଦାନ କରିଥିଲେ। ସେବେଠାରୁ ସେ ହମ୍ ଲୋଗ, ରବିଶ୍ କି ରିପୋର୍ଟ, ଦେଶ କି ବାତ୍ ଓ ପ୍ରାଇମ୍ ଟାଇମ୍ ଶୋ’ରେ ସେ ଆଙ୍କରିଂ କରିଥିଲେ।
ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଦୁଇ ଦୁଇ ଥର ତାଙ୍କୁ ରାମନାଥ ଗୋଏଙ୍କା ପୁରସ୍କାରରେ ସମ୍ମାନିତ କରାଯାଇଛି।
ଗତ ଅଗଷ୍ଟ ମାସରେ ଆଦାନି ଗ୍ରୁପ୍ ଏନଡିଟିଭିର ୨୯.୧୮% ଶେୟାର କିଣିଥିଲା।
ଆଦାନି ଗ୍ରୁପ୍ ଆହୁରି ୨୬% ଷ୍ଟେକ୍ କିଣିବାକୁ ଘୋଷଣା କରିଛି।