କୃଷକ ନେତାଙ୍କୁ କାଳିମାଡ଼ । କୃଷକ ନେତା ରାକେଶ ଟିକାୟତ କର୍ଣ୍ଣାଟକ ଗସ୍ତରେ ଯାଇଥିବା ବେଳେ ଏକ ସଭାରେ ଯୋଗ ଦେଇଥିଲେ । ସେଠାରେ ମିଡ଼ିଆ ସହ କଥା ହେଉଥିବା ବେଳେ ତାଙ୍କ ଉପରକୁ କାଳିମାଡ ହୋଇଥିଲା। ସୂଚାନୁସାରେ କର୍ଣ୍ଣାଟକର କୃଷକ ନେତା କୋଡିହଲ୍ଲୀ ଚନ୍ଦ୍ରଶେଖରଙ୍କ ଷ୍ଟିଙ୍ଗ ଅପରେସନ ସହ ଜଡ଼ିତ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥିଲା । ଟିକାୟତ ଏବଂ ଯୁଦ୍ଧବୀର ସିଂହ ସେହି ଘଟଣାକୁ ନେଇ ନିଜର ସ୍ପଷ୍ଟୀକରଣ ରଖୁଥିଲେ । ସେତେବେଳେ ତାଙ୍କ ଉପରକୁ କାଳିମାଡ ହୋଇଥିଲା । କାଳିମାଡ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଦୁଇଗୋଷ୍ଠୀ ପରସ୍ପର ଉପରକୁ ଚେୟାର ଫୋପାଡିଥିଲେ । ତେବେ ରାକେଶ ଟିକାୟତ କାଳିମାଡ଼ ଘଟଣାକୁ ନେଇ ଲୋକାଲ ପୋଲିସକୁ ଦାୟୀ କରିଛନ୍ତି । ସଭାରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏପରି ଘଟଣା ଘଟିଲା ବୋଲି କହିଛନ୍ତି କୃଷକ ନେତା ।