ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ

ଗତମାସ ୨୯ ତାରିଖରେ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଆଜି ତାଙ୍କ ନିଜ ଗ୍ରାମ ମୁସାରେ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିନକ ପୂର୍ବରୁ ୨୮ ତାରିଖରେ ପଞ୍ଜାବ ସରକାର ସିଦ୍ଧୁଙ୍କ ସମେତ ରାଜ୍ୟର ୪୨୪ ଜଣଙ୍କ ଭିଆଇପି ସୁରକ୍ଷା ହଟାଇ ନେଇଥିଲେ ।

ଆତତାୟୀମାନେ ସିଦ୍ଧୁଙ୍କ ଉପରେ ୧୯ ଥର ଗୁଳିମାଡ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଗତ ନିର୍ବାଚନରେ ଶ୍ରୀ ସିଦ୍ଧୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ। ରାହୁଲ ଗାନ୍ଧୀ ସିଦ୍ଧୁଙ୍କ ସ୍ଵର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ଓ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ପୂର୍ବରୁ ରାଜସ୍ଥାନ ଉପମୁଖ୍ଯମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ମୁସେଓ୍ଵାଲଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ବନା ଜଣାଇ ଆସିଛନ୍ତି ।

Leave A Reply

Your email address will not be published.