ସରକାରୀ ବଙ୍ଗଳା ଛାଡିଲେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ୧୨, ତୁଗଲକ ଲେନ ସରକାରୀ ବାସଭବନ ଛାଡିଦେଇଛନ୍ତି, ଏହି ବାସଭବନରେ ଥିବା ତାଙ୍କ ଆସବାବପତ୍ର ଓ ଅନ୍ୟ ସାମଗ୍ରୀକୁ ଖାଲି କରି ସେ ମା ସୋନିଆ ଗାନ୍ଧିଙ୍କ ୧୦ ଜନପଥ ବାସଭବନକୁ ଚାଲିଯାଇଛନ୍ତି। ଅପ୍ରେଲ ୨୨ ତାରିଖ ସୁଦ୍ଧା ଘର ଖାଲି କରିବା ପାଇଁ ତାଙ୍କୁ ଗତ ମାର୍ଚ୍ଚ ୨୩ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ ଦିଆଯାଇଥିଲା, ବାସଭବନ ଖାଲି କରିବା ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ ଭାରତର ଲୋକମାନେ ତାଙ୍କୁ ଏହି ଘର ଦେଇଥିଲେ, ୧୯ ବର୍ଷ ଧରି ସେ ଏଠାରେ ରହୁଥିଲେ, ସତ କହିବାର ମୂଲ୍ୟ ଦେବାକୁ ଯାଇ ତାଙ୍କୁ ଏଘର ଛାଡିବାକୁ ପଡୁଛି, ସତ କହିବାକୁ ଆହୁରି ଅଧିକ ମୂଲ୍ୟ ଦେବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ରାହୁଲ ଓ ସେଠାକାର କର୍ମଚାରୀଙ୍କ ସହ ହାତ ମିଳାଇ ଚାବି ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.