କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡୋ ଅଭିଯାନରେ ୧୩୬ ଦିନ ପଦଯାତ୍ରା କରି ୧୨ଟି ରାଜ୍ୟ ଦେଇ ୪ହଜାର କିଲୋମିଟରରୁ ଅଧିକ ଅତିକ୍ରମ କରିଥିଲେ ରାହୁଲ ଗାନ୍ଧୀ, ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡୁ ନାହିଁ ବୋଲି ବିଜେପି ଯେତେ ପ୍ରଚାର କଲେ ମଧ୍ୟ ସଦ୍ୟ ସମାପ୍ତ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଶାସକଦଳକୁ ଘାବରା କରିଛି !
କର୍ଣ୍ଣାଟକ ବିଧାନସଭା ବିଜୟ ପରେ ନିଜ ପୁରୁଣା ଜୋସ ଫେରି ପାଇଛି କଂଗ୍ରେସ, ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କର୍ଣ୍ଣାଟକ ଫଳାଫଳକୁ ଦୋହରାଇବା ପାଇଁ ତତ୍ପର ହୋଇଉଠିଛି ଦଳ । ଏଥିପାଇଁ ଦଳର ନେତା ରାହୁଲ ଗାନ୍ଧୀ ରାତି ଦିନ ଏକ କରି ଦେଇଥିବା ପରି ଲାଗୁଛି। ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝିବାକୁ ସେ ଗୋଟିଏ ବି ସୁଯୋଗ ହାତଛଡ଼ା ହେବାକୁ ଦେଉନାହାନ୍ତି।
ଶ୍ରୀ ଗାନ୍ଧି ଗତକାଲି ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାତ୍ରା କରୁଥିବା ବେଳେ, ଅମ୍ବାଲାରେ ଗାଡି ଅଟକାଇ ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହ ସାକ୍ଷାତ କରିଥିଲେ ଓ ଡ୍ରାଇଭରମାନଙ୍କ ସାଧାରଣ ସମସ୍ୟା ବିଷୟ ପଚାରି ବୁଝିଥିଲେ, କେବଳ ସେତିକିରେ ଅଟକି ଯାଇନଥିଲେ ରାହୁଲ – ସେହି ଟ୍ରକରେ ବସି ଡ୍ରାଇଭର ସହ କଥା ହୋଇହୋଇ ସେ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଯାଇଥିଲେ। କଂଗ୍ରେସ ଦଳ ପକ୍ଷରୁ ରାହୁଲଙ୍କ ଏହି ଭିଡିଓ ପ୍ରସାରିତ କରାଯିବା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଦେଶର ଡ୍ରାଇଭରମାନେ ରାହୁଲଙ୍କୁ ସେମାନଙ୍କର ନେତା ମନେକରିଛନ୍ତି ।
ଏହାକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି, କେତେବେଳେ ୟୁନିଭରସିଟିରେ ଛାତ୍ରଙ୍କ ସହ, କେତେବେଳେ ଖେଳାଳୀଙ୍କ ସହ, କେତେବେଳେ ଚାଷୀଙ୍କ ସହ ଓ ପୁଣି କେତେବେଳେ ଡେଲିଭରି ବୟଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛନ୍ତି ରାହୁଲ ଗାନ୍ଧି। ଏହା ଫଳରେ ଦେଶର ସାଧାରଣ ଲୋକଙ୍କ
ମନରେ ଏକ ପ୍ରକାର ବିଶ୍ୱାସ ସୃଷ୍ଟି ହେଉଛି ଯେ ଲୋକଙ୍କ ସମସ୍ୟା ବୁଝିବାକୁ ଓ ସେମାନଙ୍କ ସହ ଛିଡ଼ା ହେବାକୁ କେହି ଜଣେ ଏହି ଦେଶରେ ଅଛନ୍ତି, ଘୃଣାର ବଜାରରେ କେହି ଜଣେ ତ ଭଲ ପାଇବାର ଦୋକାନ ଖୋଲିବାକୁ ଅଣ୍ଟା ଭିଡିଛି। ତେଣୁ ଏବେ ଦେଶ ଧୀରେ ଧୀରେ ରାହୁଲଙ୍କ ସହ ପାଦ ବଢ଼ାଇ ଚାଲିବାକୁ ଆରମ୍ଭ କରିଥିବା ପରି ମନେ ହେଉଛି !
Prev Post