ମାନହାନୀ ମାମଲାରେ ରାହୁଲଙ୍କୁ ବଡ ଝଟକା । ସୁରଟ ସେସନ୍ସ କୋର୍ଟରୁ ରାହୁଲଙ୍କୁ ମିିଳିଲା ନାହିଁ ଆଶ୍ୱସ୍ତି । ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଆବେଦନକୁ ଖାରଜ କଲେ ସୁରଟ ସେସନ୍ସ କୋର୍ଟ । ମୋଦୀ ସାଙ୍ଗିଆ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ତାଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ତେଣୁ ରାହୁଲ ଏନେଇ ତଳ କୋର୍ଟରେ ଦେଇଥିବା ରାୟ ଉପରେ ରୋକ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ହେଲେଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ତେବେ କଂଗ୍ରେସ ଏନେଇ ହାଇକୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।