ଗୁଜୁରାଟ ଦଙ୍ଗାରେ ମୋଦୀଙ୍କୁ ସୁପ୍ରିମ କୋର୍ଟର କ୍ଲିନ ଚିଟ : ଦିନକ ପରେ ମାତିଲା ଗୁଜୁରାଟ ପୋଲିସ, ବାନ୍ଧିଲା

2002 ଗୁଜୁରାଟ ଦଙ୍ଗା ଉପରେ ଜାକିଆ ଜାଫ୍ରିଙ୍କ ପିଟିସନ ଉପରେ ବିଚାର କରି ସୁପ୍ରିମ କୋର୍ଟ ଶୁକ୍ରବାର ଦିନ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ନରେନ୍ଦ୍ର ମୋଦିକୁ ନିନ୍ଦିତ କରିବା ପାଇଁ ଜଣେ ଉଚ୍ଚ ପୋଲିସ ଅଧିକାରୀ ଓ ତିସ୍ତା ସେତଲବାଦଙ୍କ ଚକ୍ରାନ୍ତ ନିନ୍ଦନୀୟ ! ଶାହା ଏପରି ମନ୍ତବ୍ୟ ଦେବାର କିଛି ଘଣ୍ଟା ମଧ୍ୟରେ ଗୁଜୁରାଟ ପୋଲିସ ମାଟି ଉଠିଥିଲା। ଏହାର ଅପରାଧ ଅନୁସନ୍ଧାନ ଶାଖା ଗୁଜୁରାଟ ପୋଲିସ ଅବସରପ୍ରାପ୍ତ ମହାନିର୍ଦେଶକ ଆର.ବି.ଶ୍ରୀ କୁମାରଙ୍କୁ ତାଙ୍କ ଗାନ୍ଧୀନଗର ବାସଭବନରୁ ଓ ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇ ଜୁହୁ ବାସ ଭବନରୁ ଗିରଫ କରି ଉଠାଇ ନେଇଛି ।

ସୁପ୍ରିକୋର୍ଟ ଆଦେଶ ପରେ ଗୁଜୁରାଟ ପୋଲିସର ଅପରାଧ ଅନୁସନ୍ଧାନ ଶାଖା ପକ୍ଷରୁ 3 ଜଣଙ୍କ ନାମରେ ଏତଲା ଦାୟର କରାଯାଇଥିଲା। ଶ୍ରୀ କୁମାର ଓ ତିସ୍ତାଙ୍କ ବ୍ୟତୀତ ତୃତୀୟ ବ୍ୟକ୍ତି ଜଣକ ହେଉଛନ୍ତି ସଂଜୀବ ଭଟ୍ଟ, ଶ୍ରୀ ଭଟ୍ଟଙ୍କୁ ପୋଲିସ ଅନ୍ୟ ଏକ ମାମଲାରେ ଗିରଫ କରି ଦୀର୍ଘଦିନ ହେବ ହାଜତରେ ରଖିଛି ।

Leave A Reply

Your email address will not be published.