ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ହତ୍ୟା ଧମକ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅ ସିରତ କୌର ମାନଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ଆମେରିକାରେ ରହୁଥିବା ତାଙ୍କ ଝିଅଙ୍କୁ ଖଲିସ୍ତାନୀ ସମର୍ଥକମାନେ ଦେଇଥିବା ସୂଚନା ମିଳିଛି । ତେବେ ଝିଅର ସୁରକ୍ଷାକୁ ନେଇ ଦିଲ୍ଲୀ ମହିଳା କମିସନର ମୁଖ୍ୟ ସ୍ୱାତୀ ମଲିୱାଲଙ୍କ ଜରିଆରେ ଆମେରିକା ସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରାଯାଇଛି । ପଞ୍ଜାବରେ ଅମୃତପାଲ ସିଂହକୁ ଧରିବା ପାଇଁ ପୋଲିସ ଅପରେସନ ଜାରି ରଖିଥିବା ବେଳେ ଏହି ସମୟରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାରେ ଆନ୍ଦୋଳନ କରିଛନ୍ତି । ତେବେ ସିରତ କୌର ମାନ ହେଉଛନ୍ତି ଭଗୱନ୍ତ ମାନଙ୍କ ପ୍ରଥମ ପତ୍ନୀଙ୍କ ଝିଅ ।

Leave A Reply

Your email address will not be published.