ଫ୍ରାଙ୍କଫୋର୍ଟରେ ବିମାନରୁ ଓହ୍ଲାଇ ଦିଆଗଲା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ

ଅତ୍ଯଧିକ ମଦ୍ଯପାନ କରିଥିବାରୁ ଫ୍ରାଙ୍କଫୋର୍ଟରେ ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା, ତାଙ୍କରି ପାଇଁ ଫ୍ରାଙ୍କଫୋର୍ଟରୁ ଦିଲ୍ଲୀ ଆସୁଥିବା ଲୁଫଥାନସା – ୭୬୦ ବିମାନର ଉଡାଣରେ ୩ଘଣ୍ଟା ୪୫ମିନିଟ ବିଳମ୍ବ ହେଲା ବୋଲି କହିଛନ୍ତି ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂ ବାଦଲ।

ମଦଖାଇ ପାଦ ଟଳମଟଳ ହେଉଥିବାରୁ ଭଗବନ୍ତଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଓ ଏହି ଘଟଣା ଫଳରେ ସାରା ବିଶ୍ଵରେ ପଞ୍ଜାବର ସମ୍ମାନ ହାନି ହୋଇଛି ବୋଲି ଟ୍ଵିଟ କରି କହିଛନ୍ତି ଶ୍ରୀ ବାଦଲ।

ସେହି ବିମାନରେ ଯାତ୍ରା କରୁଥିବା ଅନ୍ୟଜଣେ ଯାତ୍ରୀ ମଧ୍ୟ ସମାନ କଥା କହିଛନ୍ତି୍।

ଉଲ୍ଲେଖନୀୟ ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଗତ ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୮ଦିନିଆ ଜର୍ମାନୀ ଗସ୍ତରେ ଯାଇଥିଲେ, ଗତକାଲି ଦିଲ୍ଲୀ ଫେରିବା ବେଳେ ବିମାନରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ବୋଲି ଶ୍ରୀ ବାଦଲ କହିଛନ୍ତି।

ମାତ୍ର ଏହାକୁ ବିରୋଧୀ ଦଳର ଏକ ମନଗଢା ଅପପ୍ରଚାର ବୋଲି କହି ଖଣ୍ଡନ କରିଛି ଆମ୍ ଆଦମୀ ପାର୍ଟି।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଵାସ୍ଥ୍ୟଗତ କାରଣରୁ ମୁଖ୍ୟମନ୍ତ୍ରୀ ନିଜର ବିମାନ ଯାତ୍ରା ବାତିଲ କରିଥିଲେ।

Leave A Reply

Your email address will not be published.