ବିଜେପିକୁ ସିରିଆଲ କିଲର କହିଲା ପଞ୍ଜାବ ଆଆପ୍

ପଞ୍ଜାବରେ ଆମ ଆଦମୀ ପାର୍ଟି (ଆଆପ) ସରକାରକୁ ଭାଙ୍ଗିବା ପାଇଁ ବିଜେପି ଅପରେଶନ୍‌ ଲୋଟସ୍‌ ଆରମ୍ଭ କରିଦେଇଛି ବୋଲି ଅଭିଯୋଗ କରିଛନ୍ତି ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଖେମା, ସେ କହିଛନ୍ତି ଯେ ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି।

ହରପାଲ ସିଂ ଖେମା କହିଛନ୍ତି ଯେ ଆଆପ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରାଯାଉଛି – ଆଆପ ବିଧାୟକଙ୍କୁ ଜଣପିଛା ୨୫କୋଟି ଟଙ୍କା ଦେବାର ପ୍ରଲୋଭନ ଦେଖାଯାଉଛି।

ଆଆପର ପଞ୍ଜାବ ଶାଖା ପକ୍ଷରୁ ମଧ୍ୟ ଏନେଇ ଟ୍ଵିଟ କରାଯାଇଛି, ଏଥିରେ ବିଜେପିକୁ ଏକ ସିରିଆଲ କିଲର ଦର୍ଶାଇ କୁହାଯାଇଛି ଯେ ଜଣେ ହେଲେ ମଧ୍ୟ ଆଆପ ବିଧାୟକ ଏହି ଘୋଡ଼ାବେପାରରେ ସାମିଲ ହେବେ ନାହିଁ, ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ଭାଜପାର ଅପରେଶନ୍‌ ଲୋଟସ୍‌ ବିଫଳ ହେବ !

Leave A Reply

Your email address will not be published.