ପ୍ରଫେସର ଜି ଏନ ସାଇବାବା – ଶିକ୍ଷାବିତ, ଲେଖକ, ମାନବାଧିକାର ପ୍ରବକ୍ତା ! ପୋଲିଓ ହେତୁ ୫ ବର୍ଷ ବୟସରୁ ହୁଇଲ ଚେଆରରେ ବଡ଼ ହୋଇଛନ୍ତି ସେ। ୮ ବର୍ଷ ତଳେ ତାଙ୍କର ସିପିଆଇ(ମାଓ) ସହିତ ଗୋପନ ସମ୍ପର୍କ ଥିବା ଅଭିଯୋଗରେ ସରକାର ତାଙ୍କୁ ୟୁଏପିଏ ଦଫାରେ ବାନ୍ଧି ଜେଲରେ ରଖିଥିଲେ। ନାଗପୁର କେନ୍ଦ୍ରୀୟ ଜେଲର ଅଣ୍ଡାସେଲ୍ ! ଏବେ ତାଙ୍କ ଶରୀରର ୯୦ ଭାଗ ଭିନ୍ନକ୍ଷମ। ଗୋଦି ମେଡିଆ ତାଙ୍କୁ ମାଓବାଦୀ ଘୋଷଣା କରିଥିଲା, ସରକାର ତାଙ୍କୁ ଘୋଷଣା କରିଥିଲେ ଦେଶଦ୍ରୋହୀ; ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଚାକିରିରୁ ବରଖାସ୍ତ କରିଥିଲା।
ମୁମ୍ବାଇ ହାଇକୋର୍ଟ ଗତକାଲି ଶୁକ୍ରବାର ଦିନ ତାଙ୍କ ସହିତ ଅନ୍ୟ ୫ ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସେମାନେ ହେଲେ -ମହେଶ କରିମାନ ତିର୍କୀ, ପଣ୍ଡୁ ପୋରା ନାରୋଟେ, ହେମ କେଶବ ଦତ୍ତ ମିଶ୍ର ଓ ପ୍ରଶାନ୍ତ ରାହି ! ଏମାନେ ସମସ୍ତଙ୍କୁ ସମାନ ଅଭିଯୋଗରେ ୨୦୧୪ରେ ଗିରଫ କରାଯାଇଥିଲା । ମାତ୍ର ହାଇକୋର୍ଟରେ ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ସରକାର ପେଶ୍ କରି ପାରିନଥିଲେ।
ବିନାଦୋଷରେ ପ୍ରଫେସର ସାଇବାବା ଓ ଅନ୍ୟ ୫ ଜଣଙ୍କୁ ଯେଉଁ ନିର୍ଯାତନା ଦିଆଗଲା, ସେଥିପାଇଁ ସରକାର ଓ ଗୋଦି ମେଡିଆକୁ କି ଦଣ୍ଡ ମିଳିବାର ପ୍ରାବଧାନ ଅଛି ଆଇନରେ ??