ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରା ବେନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଅହମ୍ମଦାବାଦର UN ମେହେତା ହସ୍ପିଟାଲରେ ଆଡମିଟ୍‌ କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ନେଇ ମେଡିକାଲ ପକ୍ଷରୁ ଜାରି ହେଲଥ୍‌ ବୁଲେଟିନରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତ ଜୁନ ମାସରେ ୧୦୦ରେ ବର୍ଷ ଜନ୍ମ ଦିନ ପାଳିଥିଲେ ହୀରା ବେନ। ପ୍ରକାଶ ଯେ ଗତକାଲି ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଦୁର୍ଘଟଣାର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.