ଆଜିଠାରୁ ୩ ଦିନିଆ ଗ୍ରସ୍ତରେ କର୍ଣ୍ଣାଟକ ଯିବେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ଆଜିଠାରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ କର୍ଣ୍ଣାଟକ ଗସ୍ତ କରିବେ ।

ରାଷ୍ଟ୍ରପତି ଭାବରେ କୌଣସି ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ

ତାଙ୍କ ଗ୍ରସ୍ତରେ ଆଜି ସେ ମୟୁସର ର ପ୍ରସିଦ୍ଧ ଦଶହରା ମହୋତ୍ସବ ଏବଂ ମଚାମୁଣ୍ଡି ପାହାଡର ଉଦଘାଟନ କରିବେ |ଏହାପରେ ସେ ଧରୱାଡର ଭାରତୀୟ

ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜିର ନୂତନ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ ।

ଏବଂ ହୁବଲିରେ -ଧରୱାଡ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ଆୟୋଜିତ ସମ୍ମାନ ଉତ୍ସବ ‘ପୌରା ସମ୍ମାନ’ରେ ମଧ୍ୟ ଯୋଗଦେବେ ।

ଦ୍ୱିତୀୟ ଦିନ ସେପ୍ଟେମ୍ବର ୨୭ ରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ଇଣ୍ଟିଗ୍ରେଟେଡ୍ କ୍ରାଇଜେନିକ୍ ଇଞ୍ଜିନ

ନିର୍ମାଣ ସୁବିଧା ଉଦଘାଟନ କରିବେ ।

ସେହି ଦିନ ରାଷ୍ଟ୍ରପତି ସେଣ୍ଟ ଜୋସେଫ ବିଶ୍ୱବିଦ୍ୟାଳୟର ଉଦଘାଟନୀ ସମାରୋହରେ ଯୋଗଦେବେ ଏବଂ ବେଙ୍ଗାଲୁରୁର କର୍ଣ୍ଣାଟକ ସରକାର ତାଙ୍କ

ସମ୍ମାନାର୍ଥେ ଆୟୋଜିତ ଏକ ନାଗରିକ ଅଭିବାଦନ ଗ୍ରହଣ କରିବେ । ଏହି ଅବସରରେ ସେ ଜୋନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ସାଉଥ୍ ଜୋନ୍)

ର ମୂଳଦୁଆ ପକାଇବେ

ରାଷ୍ଟ୍ରିୟ ଭବନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ ସେପ୍ଟେମ୍ବର ୨୮ ରେ ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆଦିଲ୍ଲୀ ଫେରିବେ ।

Leave A Reply

Your email address will not be published.