ବିହାର ରାଜନୀତି ଉପରେ ପୂର୍ବାନୁମାନ କରି ରଣନୀତିକାର ପ୍ରଶାନ୍ତ କିଶୋର ବିହାର ରାଜନୀତି ଉପରେ ପୂର୍ବାନୁମାନ କରି କହିଛନ୍ତି ଯେ ବିହାରରେ ସରକାର ଅବଶ୍ୟ ବଦଳିଛନ୍ତି, କିନ୍ତୁ ଏବେ ପରଦା ପଛରେ ବଡ ଖେଳ ଚାଲିଛି, ଆଗକୁ ରାଜ୍ୟ ରାଜନୀତିରେ ଏକ ବଡ଼ ଭୂକମ୍ପ ଘଟିବାକୁ ଯାଉଛି !
ପ୍ରଶାନ୍ତ କିଶୋରଙ୍କ ଏପରି ରହସ୍ଯମୟ ବଡ ବୟାନ ପରେ ମଣିପୁରରେ ଦେଖିବାକୁ ମିଳିଛି ଏକ ବଡ଼ ଘଟଣା – ମଣିପୁର ବିଧାନସଭାର ୬ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ଗତକାଲି ଦଳ ବଦଳାଇ ବିଜେପିରେ ମିଶି ଯାଇଛନ୍ତି ଓ ବାଚସ୍ପତି ଥୋକଚମ୍ ସତ୍ୟବ୍ରତ ସିଂ ଗତକାଲି ରାତିରେ ସେମାନଙ୍କୁ ବିଜେପି ବିଧାୟକ ଭାବେ ସ୍ଵୀକୃତି ପ୍ରଦାନ କରିଛନ୍ତି । ଦଳ ବଦଳାଇ ଥିବା ବିଧାୟକମାନେ ହେଲେ ଖୁମୁକଚମ୍ ଜୟକିଶନ ସିଂ, ନ୍ଗୁରସାଙ୍ଗଲୁର ସନାଟେ, ମହମ୍ମଦ ଆଚାବୁଦ୍ଦୀନ, ଥଙ୍ଗଜମ୍ ଅରୁଣକୁମାର, ଓ ଏଲ୍ ଏନ୍ ଖୌଟେ ।
ପ୍ରଶାନ୍ତ କିଶୋରଙ୍କ ଏହି ପୂର୍ବାନୁମାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି, ବିହାରରେ ନିଜର ଏକ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି ପିକେ – ଏଠାରେ ଏକ ରାଜନୈତିକ ବିକଳ୍ପ ହେବାକୁ ପ୍ରସ୍ତୁତି ସ୍ଵରୂପ ସେ ବିହାରରେ ‘ଜାନ-ସୁରଜ ଯାତ୍ରା’ ଆରମ୍ଭ କରି ଦେଇଛନ୍ତି !