ଘୃଣାର ରାଜନୀତି ଦେଶରେ ଗୃହଯୁଦ୍ଧ ଉପୁଜାଇବ : ଗେହଲଟ୍

ଆଜିଠାରୁ କଂଗ୍ରେସ ପକ୍ଷରୁ ଭାରତ ଯୋଡ ଯାତ୍ରା ଆରମ୍ଭ ହେବାର ଠିକ୍ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ ଜାତି ଓ ଧର୍ମ ନାମରେ ଘୃଣାର ରାଜନୀତି ଚଳାଇଛି ମୋଦିଙ୍କ ବିଜେପି, ଯଦି ଏହାକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଗେହଲଟ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କର ସଦବୁଦ୍ଧି ଉଦୟ ହେଉ ଓ ଦେଶରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତିକୁ ସେ ଦୁହେଁ ବୁଝନ୍ତୁ !

Leave A Reply

Your email address will not be published.