2ଦିନରେ 2ଜଣ ପୋଲିସ ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଛି । ଗତକାଲି ହରିଆଣାର ମେୱାଡ ଆଞ୍ଚଳର ନୁହ ଜିଲ୍ଲାରେ ଡ଼ିଏସପି ଦାଉରୁ ସୁରେନ୍ଦ୍ର ସିଂ ବିଶ୍ନୋୟୀଙ୍କ ଉପରେ ଡମ୍ଫର ଚଢାଇ ହତ୍ୟା କରାଯାଇଥିବା ବେଳେ ଆଜି ଝାଡ଼ଖଣ୍ଡ ତୁପୁଦାନ ଅଞ୍ଚଳରେ ଯାନବାହାନ ଚେକିଂ କରୁଥିବା ପୋଲିସ ଏଏସଆଇ ସଂଧ୍ୟା ଟପ୍ନୋଙ୍କ ଉପରେ ପିକଅପ ଭ୍ୟାନ ଚଢାଇ ନେଇ ହତ୍ୟା କରାଯାଇଛି । ଉଭୟ ଘଟଣାରେ ପୋଲିସ ଅଧିକାରି ଦ୍ଵୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।
ବେଆଇନ ଝନି ଖନନ ସମ୍ପର୍କରେ ସୂଚନା ପାଇ ଗତକାଲି ଶ୍ରୀ ସିଂ ଅଚାନକ ଯାଞ୍ଚ ପାଇଁ ଘଟଣା ସ୍ଥଳକୁ ଯାଇଥିବା ବେଳେ ସେଠାରେ ତାଙ୍କ ଉପରେ ଡମ୍ଫର ଚଢାଇ ହତ୍ୟା କରାଯାଇଥିଲା ବେଳେ ଆଜି ଭୋର ସମୟରେ ତୁପୁତାନାଠାରେ ଯାନବାହାନ ଚେକିଙ୍ଗ ଡ୍ୟୁଟିରେ ଥିବା 2018 ବ୍ୟାଚ ପୋଲିସ ଏଏସଆଇ ସଂଧ୍ୟା ସାମ୍ନାରୁ ଆସୁଥିବା ଏକ ପିକପି ଭ୍ୟାନକୁ ଅଟକିବା ପାଇଁ ସଂକେତ ଦେଇଥିଲେ ମାତ୍ର ଅଟକିବା ବଦଳରେ ଡ୍ରାଇଭର ଗାଡିର ସ୍ପିଡ଼ ବଢ଼ାଇଦେଇ ତାଙ୍କ ଉପରେ ଚଢାଇ ଦେଇଥିଲା